top of page

ଦେଖ ସଖୀ ଜଗନ୍ନାଥଙ୍କୁ - ଏକ ଜଣାଣ

  • Writer: Soumyaranjan Sahoo (The Dekoder)
    Soumyaranjan Sahoo (The Dekoder)
  • Jul 22, 2021
  • 1 min read

Updated: Apr 26, 2023


ree

ଦେଖ ସଖୀ ଜଗନ୍ନାଥଙ୍କୁ,

ନୀଳାଚଳବାସୀ ଦାରୁବ୍ରହ୍ମ ଙ୍କୁ,

ଦେଖ ସଖୀ ଜଗନ୍ନାଥଙ୍କୁ।।


ରଥେ ବସିଛନ୍ତି ସୁନାବେଶ ହୋଇ

ହାତରେ ଧରିକି ଶଙ୍ଖ ଚକ୍ର କୁ,


ରଥେ ବସିଛନ୍ତି ସୁନାବେଶ ହୋଇ

ହାତରେ ଧରିକି ଶଙ୍ଖ ଚକ୍ର କୁ,

ପ୍ରାଣୀଙ୍କ ଆରତ ନଳିନୀ ରେ ସେତ

ନଳିନୀ ସାଜିଲେ ଯୁଗ ଯୁଗକୁ।

ଦେଖ ସଖୀ ଜଗନ୍ନାଥଙ୍କୁ।।


ଆଜି ମୋ ମନରେ କାହିଁ କେଉଁ ଚିନ୍ତା

ଜଣାଇବି ମୋର ପ୍ରାଣନାଥ ଙ୍କୁ,


ଆଜି ମୋ ମନରେ କାହିଁ କେଉଁ ଚିନ୍ତା

ଜଣାଇବି ମୋର ପ୍ରାଣନାଥ ଙ୍କୁ,

ରଖିଲେ ରଖିବେ ମାରିଲେ ମାରିବେ,

ତାଙ୍କ ବିନା ମୋର ଗତି କାହାକୁ?


ଦେଖ ସଖୀ ଜଗନ୍ନାଥଙ୍କୁ,

ନୀଳାଚଳବାସୀ ଦାରୁବ୍ରହ୍ମ ଙ୍କୁ,

ଦେଖ ସଖୀ ଜଗନ୍ନାଥଙ୍କୁ।।


- ଦ ଡିକୋଡର

Comments


bottom of page