ସୁନେଲି କାକର ଓ ଶୁଭ୍ର ପ୍ରଭାତ
- Soumyaranjan Sahoo (The Dekoder)

- Nov 8, 2020
- 1 min read
Updated: Apr 26, 2023

କଅଁଳ ସୂର୍ଯ୍ୟ ର ସୁନେଲି କିରଣ,
କାକରବିନ୍ଦୁ ର ମହା ମିଳନ,
କଳା ତୁଳସୀ ର ଦୂର୍ଲଭା ମହକ,
କନିଅରେ ସଜା କଳା ମାଣିକ,
ନାଲି ସିନ୍ଦୂର ରେ ଲିପା କପାଳ,
ନାଲି ଶଙ୍ଖା ରେ ସଜା କଚଟ,
ମଥା ରେ ସଜ୍ଜିତ ପାଟ ଓଢଣୀ,
ତାରକସି ଲଗା ଝୁଣ୍ଟିଆ ରାଣୀ,
ଓଁକାର ର ମଧୁର ଝଙ୍କାର,
ଭରିଯାଏ କଣ୍ଠେ କାର୍ତ୍ତିକ ସ୍ୱର...



Comments