ସଙ୍ଗମ ଓ ଦିଗବଳୟ

Dec 28, 2020
1 min read
Updated: Apr 26, 2023

ଯେଉଁଠି ଧରା ସ୍ପର୍ଶ କରେ କଳା ବାଦଲକୁ,
ଯେଉଁଠି ନୀଳ ସାଗର ମିଳେ ନୀଳ ଅମ୍ବର କୁ,
ଯେଉଁଠି ପଥିକ କୁ ମିଳେ ତାର ଉତ୍ତର,
ଯେଉଁଠି ହୃଦୟ କୁ ମିଳେ ଶେଷ ନିସ୍ତାର,
ଯେଉଁଠି ଆତ୍ମା ବିଲୀନ ହୁଏ ସେହି ନିରାକାର ରେ,
ଯିଏ ସେ ମିଳନ ର ପ୍ରତୀକ ଅଟେ,
ଯିଏ ସେ ସଙ୍ଗମ ର ମୁକ ସାକ୍ଷୀ ଅଟେ,
ମନ ସେଇ ଅଜଣା ସାକ୍ଷୀ କୁ ଝୁରି ହେଉଛି,
ସେ ଦୂର ଦିଗବଳୟ ରେ ହଜିବାକୁ ଇଚ୍ଛା ହେଉଛି...
- ଦ ଡିକୋଡୋର



Comments